Friday, 2 May 2025

ନିରୀହ କୁକୁଡ଼ା ଛୁଆ

                                                                 ନିରୀହ କୁକୁଡ଼ା ଛୁଆ 

ଥରେ ଗୋଟାଏ ଗାଁରେ ଗୋଟେ ଲୋକ କୁକୁଡ଼ା ପାଳନ କରିଥିଲା |ତାର ପରିବାର ଲୋକମାନେ ମଧ୍ୟ କୁକୁଡ଼ା ଫାର୍ମକୁ ବହୁତ ଯତ୍ନ କରୁଥିଲେ |ସମୟ ସମୟରେ ଫାର୍ମ ମାଲିକର ପୁଅ ମଧ୍ୟ ଫାର୍ମକୁ ଆସି କୁକୁଡ଼ା ମାନଙ୍କ ସହିତ ଖେଳେ |ଫାର୍ମ ମାଲିକ ଫାର୍ମ ପାଖରେ ଦୁଇଟି ଗାଈ ମଧ୍ୟ ରଖିଥିଲା | ପୁଅର ସମୟ ସେହି କୁକୁଡ଼ା ଓ ଗାଈ ମାନଙ୍କ ସହିତ ଖେଳିବାରେ କଟେ| ମାଲିକର ପୁଅ ଗାଈ କୁ ଘାସ ଖାଇବାକୁ ଦିଏ ଓ କୁକୁଡ଼ା ଛୁଆ ମାନଙ୍କୁ ଦାନ ଖାଇବାକୁ ଦିଏ | ସେଇଠି ତାର ଖେଳିବାର ଦିନ ସରିଯାଏ |ଦିନେ କୁକୁଡ଼ା ଛୁଆ ଭାବିଲା କି ମାଲିକର ପୁଅ ଆମକୁ କେତେ ଭଲ ପାଏ | ମାଲିକ ମଧ୍ୟ ଆମକୁ ବିନା କାମରେ ରହିବା ପାଇଁ ଦେଉଛନ୍ତି ଓ ଆମ ମୁଣ୍ଡ ଉପରେ ଖରା ଓ ବର୍ଷା ପାଇଁ ଛାତ ଅଛି | ମାଲିକ କେତେ ଜେ ମହାନ |କୁକୁଡ଼ା ଛୁଆର ମାଆ ସବୁ ଶୁଣି କହିଲା , ହଁ ବହୁତ ଭଲ | ସମୟ ଆସିଲେ ସବୁ ଜାଣିବୁ | ଛୁଆ କୁ ମାଆର ଉତ୍ତର ଭଲ ଲାଗିଲା ନାହିଁ | ଭାବିଲା କଣ ମୁଁ ଭୁଲ ପ୍ରଶ୍ନ କଲି କି ? ମନରେ ତାର ବହୁତ ପ୍ରଶ୍ନ ର ଢେଉ ଉଂକ  ମାରୁଥାଏ | ଛୁଆର ମାଆ ରାତିରେ ଭାବିଲା କଣ ଅବା ମୁଁ ଉତ୍ତର ଦେବି | ପିଲାଟା ନିରୀହ | ମଣିଷ ସମାଜ କୁ ଜାଣିନି | ଯଦି ସତ କଥା କହିଦେବି ମନ ତାର ଭାଙ୍ଗି ଯିବ | ମଣିଷ ଉପରେ ତାର ଭରସା ରହିବ ନାହିଁ |ମାଲିକ କଣ ଆମକୁ ଛୋଟ ରୁ ବଡ କରୁଛନ୍ତି କଣ ବିନା ସ୍ୱାର୍ଥରେ | ଏ ଦୁନିଆରେ କଣ ବିନା ସ୍ୱାର୍ଥରେ  କିଏ କଣ କାହାର କାମ କରନ୍ତି | ଲୋକମାନେ ମଧ୍ୟ ଭଗବାନ ପାଖକୁ ଯାନ୍ତି ଯେତେବେଳେ ଦୁଃଖ ଆସେ | କେମିତି ମୁଁ ବା ଭୁଲିବି ସେ ଦିନ ହଠାତ ମୋ ମାଆ କୁ ରାତିରେ କିଛି ପଇସା ପାଇଁ ମାଲିକ ମୋ ଠାରୁ ମୋ ମାଆକୁ  ଅଲଗା କରିଦେଲେ | ଏବେ ଯଦି ସତ କହିଦେବି ପିଲା ଜୀବନକୁ ବଂଚି ପାରିବନି | ସମୟ ଆସିଲେ ସେ ତାର ଉତ୍ତର ନିଜେ ପାଇଯିବ| ଏହା ଭାବି ଛୁଆର ମାଆ ତାର ଛୁଆକୁ କିଛି କହିଲା ନାହିଁ |

No comments:

Post a Comment

प्यार

आज का बिचार : इंसान को इंसान से प्यार नहीं है . इंसान को इंसान के पद और प्रतिष्ठा से प्यार है. जब पद और प्रतिष्ठा मैं कमी आती है तो सम्बन्ध ...