Sunday, 4 May 2025
Friday, 2 May 2025
ନିରୀହ କୁକୁଡ଼ା ଛୁଆ
ନିରୀହ କୁକୁଡ଼ା ଛୁଆ
ଥରେ ଗୋଟାଏ ଗାଁରେ ଗୋଟେ ଲୋକ କୁକୁଡ଼ା ପାଳନ କରିଥିଲା |ତାର ପରିବାର ଲୋକମାନେ ମଧ୍ୟ କୁକୁଡ଼ା ଫାର୍ମକୁ ବହୁତ ଯତ୍ନ କରୁଥିଲେ |ସମୟ ସମୟରେ ଫାର୍ମ ମାଲିକର ପୁଅ ମଧ୍ୟ ଫାର୍ମକୁ ଆସି କୁକୁଡ଼ା ମାନଙ୍କ ସହିତ ଖେଳେ |ଫାର୍ମ ମାଲିକ ଫାର୍ମ ପାଖରେ ଦୁଇଟି ଗାଈ ମଧ୍ୟ ରଖିଥିଲା | ପୁଅର ସମୟ ସେହି କୁକୁଡ଼ା ଓ ଗାଈ ମାନଙ୍କ ସହିତ ଖେଳିବାରେ କଟେ| ମାଲିକର ପୁଅ ଗାଈ କୁ ଘାସ ଖାଇବାକୁ ଦିଏ ଓ କୁକୁଡ଼ା ଛୁଆ ମାନଙ୍କୁ ଦାନ ଖାଇବାକୁ ଦିଏ | ସେଇଠି ତାର ଖେଳିବାର ଦିନ ସରିଯାଏ |ଦିନେ କୁକୁଡ଼ା ଛୁଆ ଭାବିଲା କି ମାଲିକର ପୁଅ ଆମକୁ କେତେ ଭଲ ପାଏ | ମାଲିକ ମଧ୍ୟ ଆମକୁ ବିନା କାମରେ ରହିବା ପାଇଁ ଦେଉଛନ୍ତି ଓ ଆମ ମୁଣ୍ଡ ଉପରେ ଖରା ଓ ବର୍ଷା ପାଇଁ ଛାତ ଅଛି | ମାଲିକ କେତେ ଜେ ମହାନ |କୁକୁଡ଼ା ଛୁଆର ମାଆ ସବୁ ଶୁଣି କହିଲା , ହଁ ବହୁତ ଭଲ | ସମୟ ଆସିଲେ ସବୁ ଜାଣିବୁ | ଛୁଆ କୁ ମାଆର ଉତ୍ତର ଭଲ ଲାଗିଲା ନାହିଁ | ଭାବିଲା କଣ ମୁଁ ଭୁଲ ପ୍ରଶ୍ନ କଲି କି ? ମନରେ ତାର ବହୁତ ପ୍ରଶ୍ନ ର ଢେଉ ଉଂକ ମାରୁଥାଏ | ଛୁଆର ମାଆ ରାତିରେ ଭାବିଲା କଣ ଅବା ମୁଁ ଉତ୍ତର ଦେବି | ପିଲାଟା ନିରୀହ | ମଣିଷ ସମାଜ କୁ ଜାଣିନି | ଯଦି ସତ କଥା କହିଦେବି ମନ ତାର ଭାଙ୍ଗି ଯିବ | ମଣିଷ ଉପରେ ତାର ଭରସା ରହିବ ନାହିଁ |ମାଲିକ କଣ ଆମକୁ ଛୋଟ ରୁ ବଡ କରୁଛନ୍ତି କଣ ବିନା ସ୍ୱାର୍ଥରେ | ଏ ଦୁନିଆରେ କଣ ବିନା ସ୍ୱାର୍ଥରେ କିଏ କଣ କାହାର କାମ କରନ୍ତି | ଲୋକମାନେ ମଧ୍ୟ ଭଗବାନ ପାଖକୁ ଯାନ୍ତି ଯେତେବେଳେ ଦୁଃଖ ଆସେ | କେମିତି ମୁଁ ବା ଭୁଲିବି ସେ ଦିନ ହଠାତ ମୋ ମାଆ କୁ ରାତିରେ କିଛି ପଇସା ପାଇଁ ମାଲିକ ମୋ ଠାରୁ ମୋ ମାଆକୁ ଅଲଗା କରିଦେଲେ | ଏବେ ଯଦି ସତ କହିଦେବି ପିଲା ଜୀବନକୁ ବଂଚି ପାରିବନି | ସମୟ ଆସିଲେ ସେ ତାର ଉତ୍ତର ନିଜେ ପାଇଯିବ| ଏହା ଭାବି ଛୁଆର ମାଆ ତାର ଛୁଆକୁ କିଛି କହିଲା ନାହିଁ |
Money
तारीफे
Thursday, 1 May 2025
Monday, 21 April 2025
Saturday, 29 March 2025
ज्ञान और अज्ञान
एक ज्ञानी अगर अज्ञानी के नज़र से खुद को देखेगा तो अज्ञानी ही पायेगा।
एक अज्ञानी अगर ज्ञानी के नजर से खुद को देखेगा तो अज्ञानी ही पायेगा। P.PATRA
Who are you ?
Who are you? How are you different from others? What makes you different? You are hardworking and capable of thinking about both good and ...
-
"Money without education is just an asset to enjoy the life but money with education is the reason for healthy and happy life" ...
-
କଳିଯୁଗରେ ଦେବତାମାନେ ମଧ୍ୟ ସମାଜର କୁପ୍ରଭାବରୁ ନିଜକୁ ରକ୍ଷା କରିପାରିଲେ ନାହିଁ | ସେମାନେ ମଧ୍ୟ ଲାଞ୍ଚୁଆ ହୋଇଗଲେଣି | ଭକ୍ତର ଭକ୍ତିକୁ ଛାଡି ଭୋଗ, ମିଠା, କଦଳୀ, ଦେ...
-
"गलती माफ़ की जा सकती है क्यों की इसमें दिल और दिमाग का योगदान न के बराबर होता है पर चालाकी माफ़ नहीं की जा सकती क्यों की इसमें दिल और...